କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮୦କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୫ଜଣ ମହିଳା ଓ ୧୧୯ଜଣ ପୁରୁଷ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ଧୁଗାଁ ବ୍ଲକରୁ ୧୪, ବୈପାରୀଗୁଡ଼ା ବ୍ଲକରୁ ୧୧, ବୋରିଗୁମ୍ମାରୁ ୬, ଦଶମନ୍ତପୁରରୁ ୫ ଓ ଜୟପୁର ବ୍ଲକରୁ ୬, ଜୟପୁର ପୌରାଞ୍ଚଳରୁ ୪୭ଜଣ ରହିଛନ୍ତି। ସେହିପରି କୋରାପୁଟ ବ୍ଲକରୁ ୭ ଓ ପୌରାଞ୍ଚଳରୁ ୪୪, ସୁନାବେଡ଼ା ପୌରାଞ୍ଚଳରୁ ୧୦, ନାରାୟଣପାଟଣା ଓ କୁନ୍ଦୁରାରୁ ୪ ଲେଖାଏଁ, କୋଟପାଡ଼ ବ୍ଲକରୁ ୩, କୋରାପୁଟ ଏନଏସି, ଲମତାପୁର, ଲକ୍ଷ୍ମୀପୁର, ନନ୍ଦପୁର, ପଟ୍ଟାଙ୍ଗୀ ଓ ସେମିଳିଗୁଡ଼ାରୁ ୨ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।