ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ରାଜ୍ୟର ୨୯ଟି ଜିଲ୍ଲାରୁ ୧,୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୦୭୫ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୫୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୨୨, କଟକରୁ ୧୭୭, ସୁନ୍ଦରଗଡ଼ରୁ ୧୨୬, ନୟାଗଡ଼ରୁ ୧୦୬, ଗଜପତିରୁ ୮୫, ବାଲେଶ୍ୱରରୁ ୭୩, କୋରାପୁଟରୁ ୬୦, କନ୍ଧମାଳରୁ ୫୯, ଭଦ୍ରକରୁ ୫୮, ପୁରୀରୁ ୫୫, ମାଲକାନଗିରିରୁ ୫୨, ବରଗଡ଼ରୁ ୫୧, ଯାଜପୁରରୁ ୩୮, ମୟୂରଭଞ୍ଜରୁ ୩୫, ଢ଼େଙ୍କାନାଳରୁ ୨୯, କେନ୍ଦୁଝରରୁ ୨୭, କଳାହାଣ୍ଡିରୁ ୨୪, ନୂଆପଡ଼ାରୁ ୨୨, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୪, ସୋନପୁର ଓ ନବରଙ୍ଗପୁରରୁ ୧୩ ଜଣ ଲେଖାଏଁ, ଜଗତସିଂହପୁରରୁ ୧୨, ଝାରସୁଗୁଡ଼ା ଓ ବଲାଙ୍ଗିରରୁ ୬ ଜଣ ଲେଖାଏଁ, ଦେବଗଡ଼ରୁ ୫, ଅନୁଗୁଳରୁ ୪ ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୯୨୭ରେ ପହଞ୍ଚିଛି। ସେଥିରୁ ୩୦ ହଜାର ୨୪୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୩୬୫ ଜଣ ସକ୍ରିୟ ଥିବା ଜଣାପଡ଼ିଛି।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଗଞ୍ଜାମରୁ ଜଣେ ୬୫ ବର୍ଷୀୟ ବୃଦ୍ଧ, ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ୬୦ ବର୍ଷୀୟ ବୃଦ୍ଧା, ଜଣେ ୬୬ ବର୍ଷୀୟ ବୃଦ୍ଧ, ଜଣେ ୩୭ ବର୍ଷୀୟ ଯୁବକ ଓ ଜଣେ ୫୦ ବର୍ଷୀୟ ପୁରୁଷର କରୋନାରେ ମୃତ୍ୟୁ ହୋଇଛି। ସେହିପରି କୋରାପୁଟରୁ ଜଣେ ୪୭ ବର୍ଷୀୟ ପୁରୁଷ ଓ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ବାଲେଶ୍ୱରର ଜଣେ ୮୧ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ଜଣେ ୫୨ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟ ବୃଦ୍ଧ, ବରଗଡ଼ର ଜଣେ ୩୯ ବର୍ଷୀୟ ଯୁବକ ଓ ନୟାଗଡ଼ରୁ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି। ସେଥିରୁ ଗଞ୍ଜାମରୁ କେବଳ ୧୩୧ଟି କେସ ଥିବା ଜଣାପଡ଼ିଛି।