ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୭୩ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୧୭୩ଟି କୋଭିଡ-୧୯ କେସ୍ ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରେ ୧୫୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବା ବେଳେ ଲୋକାଲରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୭୮୧ରେ ପହଞ୍ଚିଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୬୪, ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ଝାରସୁଗୁଡ଼ା ଓ ପୁରୀରୁ ଜଣେ ଲେଖାଏଁ, ନୟାଗଡ଼ରୁ ୭, କଟକ ଓ ମୟୁରଭଞ୍ଜରୁ ୧୩ ଜଣ ଲେଖାଏଁ, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ଗଜପତିରୁ ୧୦, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ ଏବଂ ନୂଆପଡ଼ାରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୬୭ଟି ଆକ୍ଟିଭ କେସ୍ ରହିଥିବା ବେଳେ ୧୬୦୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ କରୋନା ଭୂତାଣୁ ସଂକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି।