ରାଜ୍ୟରେ ଆଜି ସୁସ୍ଥହେଲେ ୧୭୦ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୮୬୨୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୩୦ ଜଣ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୯, ବଲାଙ୍ଗିରରୁ ୧୫, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡାରୁ ୧୦, ସମ୍ବଲପୁରରୁ ୧୦, ବରଗଡରୁ ୯, ଝାରସୁଗୁଡାରୁ ୯, ଅନୁଗୁଳରୁ ୮, ଯାଜପୁରରୁ ୮, କଟକରୁ ୬, ଖୋର୍ଦ୍ଧାରୁ ୬, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, ବାଲେଶ୍ୱରରୁ ୨, ଭଦ୍ରକରୁ ୨, କଳାହାଣ୍ଡିରୁ ୨, ନବରଙ୍ଗପୁରରୁ ୨, ସୋନପୁରରୁ ୨, କୋରାପୁଟରୁ ୧, ନୟାଗଡରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟପୁଲରୁ ୫ଜଣ ସୁସ୍ଥ ହୋଇଛନ୍ତି।