୧୭ଟି ଜାତିକୁ ଦଳିତ ଘୋଷଣା ଉପରେ ରୋକ ଲଗାଇଲା ଅଦାଲତ

ଉତ୍ତରପ୍ରଦେଶ,ଏନ୍ଏନ୍ଏସ୍: ରାଜ୍ୟର ୧୭ଟି ଅତି ପଛୁଆ ଜାତିକୁ ଦଳିତ ବୋଲି ଘୋଷଣା କରିବା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛି। ଏଥିସହ ତିନି ସପ୍ତାହ ମଧ୍ୟରେ ସରକାରଙ୍କ ଠାରୁ ଏହି ମାମଲାରେ ରିପୋର୍ଟ ମାଗିଛି ଆହ୍ଲାବାଦ ହାଇକୋର୍ଟ। ତେବେ ଏହି ଘଟଣାକୁ ନେଇ ବିରୋଧୀ ଦଳର ନେତାମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଛନ୍ତି। ସାଧାରଣ ବର୍ଗ ସଂରକ୍ଷଣକୁ ଯେଭଳି ଭାବେ ମୁଖ୍ୟମନ୍ତ୍ରୀ ଲାଗୁ କରିଛନ୍ତି ସେଭଳି ଭାବରେ ଏହି ସତରଟି ଜାତିକୁ ସେ ୭୨ଘଣ୍ଟା ମଧ୍ୟରେ ଦଳିତ ଅନ୍ତର୍ଭୁକ୍ତ କରନ୍ତୁ ବୋଲି ପୂର୍ବରୁ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା ଭାରତୀୟ ସମାଜ ପାର୍ଟି ନେତା ଓମ୍ପ୍ରକାଶ ରାଜଭର ଦାବି କରିଛନ୍ତି। ହାଇକୋର୍ଟର ଆଦେଶକୁ ଆମେ କେବେ ବି ଅମାନ୍ୟ କରିବୁ ନାହିଁ ବୋଲି ମନ୍ତ୍ରୀ ଯୋଗୀ ଲରକାରଙ୍କ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ କହିଛନ୍ତି।