ସୁସ୍ଥ ହୋଇ ଫେରିଲେ ୧୭ ସଂକ୍ରମିତ, ଚିକିତ୍ସିତ ହେଉଛନ୍ତି ମାତ୍ର ୩

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳରୁ ଆଜି ୧୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ ସଂକ୍ରମିତ ୧୭୮ ଜଣଙ୍କ ମଧ୍ୟରୁ ୧୭୫ ଜଣ ସୁସ୍ଥହୋଇ ସାରିଥିବାବେଳେ ଆଉ ମାତ୍ର ୩ ଜଣ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଗତ ୪ ଦିନ ହେଲା କୌଣସି କରୋନା ସଂକ୍ରମିତ ଚିହ୍ନଟ ହେଇନଥିବାବେଳେ ସଂକ୍ରମିତ ସୁସ୍ଥ ହୋଇ ଫେରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।