ବାଣ ଫୁଟାଇବା ସମୟରେ ଦୁର୍ଘଟଣା, ମୁହଁ ପାଖରେ ଫୁଟିଲା ବମ୍

ରାଉରକେଲା,ଏନ୍ଏନ୍ଏସ୍: ଦୀପାବଳି ଉତ୍ସବକୁ ବଡ଼ ଜାକଜମକରେ ପାଳନ କରାଯାଉଥିବା ବେଳେ ରାଉରକେଲା ସେକ୍ଟର ୬ ତାରାତାରିଣି ପାଲିରେ ଏକ ବଡ଼ ଅଘଟଣ ଘଟିଯାଇଛି। ବଣ ଫୁଟାଇବା ସମୟରେ ଆଖି ନଷ୍ଟ ହୋଇଗଲା।

ସୂଚନା ଅନୁସାରେ ଲିପୁ ଗୋଚ୍ଛାୟତ(୧୬) ନାମକ ଜଣେ ବାଳକ ବାଣ ଫୁଟାଇବା ସମୟରେ ତା’ର ମୁହଁ ପାଖରେ ବାଣଟି ଫୁଟିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ମଧ୍ୟମେର ସରକାରୀ ହସ୍ପିଟାଲକୁ ନିଆଯାଇଛି।