କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରିଲେ ୧୬୯ ଝିଅ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଲକଡାଉନ ଯୋଗୁଁ କେରଳର ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ କାମ କରୁଥିବା ଓଡ଼ିଆ ଝିଅ ଫସି ରହିଥିଲେ। ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏ ନେଇ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଚିଠି ଲେଖିଥିଲେ।

ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୬୯ ଓଡ଼ିଆ ଝିଅଙ୍କୁ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଆସିଛନ୍ତି। ତେବେ ଏହି ସମସ୍ତ ଝିଅମାନେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି।