ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଆଉ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ମଧ୍ୟରେ ଖୋର୍ଦ୍ଧାରୁ ୨୧୭ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ୱରରୁ ୭୮, ନୂଆପଡ଼ାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢ଼େଙ୍କାନାଳରୁ ୫୨, କେନ୍ଦ୍ରାପଡ଼ାରୁ ୫୨, ବଲାଙ୍ଗିରରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡ଼ରୁ ୩୪, ମାଲକାନଗିରିରୁ ୩୩, ବରଗଡ଼ରୁ ୩୨, ନବରଙ୍ଗପୁରରୁ ୩୨, ଝାରସୁଗୁଡ଼ାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, ରାୟଗଡ଼ାରୁ ୧୪, କନ୍ଧମାଳରୁ ୧୨, ଦେବଗଡ଼ରୁ ୭ ଓ ଗଜପତିରୁ ୭ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଷ୍ଟେଟ ପୁଲରୁ ମଧ୍ୟ ୩୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୮୫୭ରେ ପହଞ୍ଚିଛି।