ଦେଶରେ ଗତ ୨୪ ଘଣ୍ଟାରେ ୧୬,୫୭୭ ନୂଆ କୋଭିଡ ମାମଲା ଚିହ୍ନଟ, ୧୨୦ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପୁଣି ଗତ ୨୪ ଘଣ୍ଟାରେ ଦେଶରୁ ୧୬,୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ ୧୨,୧୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଓ ଆଉ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୫୫ ହଜାର ୯୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧ କୋଟି ୭ ଲକ୍ଷ ୫୦ ହଜାର ୬୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ୧ କୋଟି ୩୪ ଲକ୍ଷ ୭୨ ହଜାର ୬୪୩ ଜଣ କରୋନା ଟିକା ନେଇସାରିଥିବା ଜଣାପଡ଼ିଛି।