ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ: ସଂଖ୍ୟା ୫,୩୫୩କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୫ହଜାର ୩୫୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୬୪ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୮, ଜଗତସିଂହପୁରରୁ ୩୧, ବାଲେଶ୍ୱରରୁ ୨୬, କଟକରୁ ୨୫, ଯାଜପୁର ଓ ଖୋର୍ଦ୍ଧାରୁ ୧୨ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ ଲେଖାଏଁ, କେଉଁଝରରୁ ୨, ଭଦ୍ରକ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୩୧୬ ହୋଇଥିବାବେଳେ ୫ ହଜାର ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୯୩୮ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।