ରାଜ୍ୟରେ ୧୬୨୯ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୬୨୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୩୯ଜଣ ଓ ସ୍ଥାନୀୟ ସଂକ୍ରମଣ ୬୯୦ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୦ହଜାର ୮୧୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୩୨, କଟକରୁ ୧୬୦, ଷ୍ଟେଟପୋଲରୁ ୧୧୩, ପୁରୀରୁ ୯୬, ବାଲେଶ୍ୱରରୁ ୯୩, ଯାଜପୁରରୁ ୮୪, ଭଦ୍ରକରୁ ୭୬, ଜଗତସିଂହପୁରରୁ ୬୭, ମୟୁରଭଞ୍ଜରୁ ୫୩, କେନ୍ଦ୍ରାପଡ଼ାରୁ ୪୭, ଅନୁଗୁଳରୁ ୪୪, ଢେଙ୍କାନାଳରୁ ୩୯ ଓ ନୟାଗଡ଼ରୁ ୩୮ଜଣ ରହିଛନ୍ତି। ସେହିପରି କେଉଁଝରରୁ ୨୯, ସୋନପୁର ଓ ସୁନ୍ଦରଗଡ଼ରୁ ୨୨ ଲେଖାଏଁ, କନ୍ଧମାଳରୁ ୧୬, ସମ୍ବଲପୁରରୁ ୧୪, ରାୟଗଡ଼ାରୁ ୧୨, ବରଗଡ଼ରୁ ୧୧, ନୂଆପଡ଼ାରୁ ୧୦, ଦେଓଗଡ଼ରୁ ୯, ଗଞ୍ଜାମରୁ ୮, ନବରଙ୍ଗପୁରରୁ ୬, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ମାଲକାନଗିରିରୁ ୫ ଲେଖାଏଁ, କୋରାପୁଟରୁ ୪, ବୌଦ୍ଧ ଓ ଗଜପତିରୁ ୨ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୦ହଜାର ୮୧୦ ହୋଇଥିବାବେଳେ ୯ଲକ୍ଷ ୪୭ହଜାର ୩୮୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୬୩୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭ହଜାର ୭୪୬ ଜଣ ଚିକିତ୍ସିତ ହେଉଛନ୍ତି।