ଦେବଗଡ଼ରେ ପୁଣି ୧୬ ପଜିଟିଭ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରୁ ୩୩୮୪ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଦେବଗଡ ଜିଲ୍ଲାରୁ ୧୬ ଜଣ ରହିଛନ୍ତି। ଏହି ସଂଖ୍ୟା ସହ ଦେବଗଡ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୮୩ରେ ପହଞ୍ଚିଛି। ସେହିପରି ଜିଲ୍ଲାର ୧୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ମଧ୍ୟ ୪୦ ଜଣ ଚିକିତ୍ସାଧୀନ ରହିଛନ୍ତି।