ରାଜଧାନୀରୁ ଆଜି ୧୬ ପଜିଟିଭ ଚିହ୍ନଟ, ୪୧ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ୭ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୫୫୫ରେ ପହଞ୍ଚିଛି। ସେହିପରି ୩୦୯୯୫ଜଣ ସୁସ୍ଥ ହୋଇଥିବାବେଳେ ୨୩୮ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦୧ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୪୧ଜଣ ସୁସ୍ଥ ହୋଇଛନ୍ତି।