ବିଦାହେଲେ ଆଉ ୧୬ ଅଧିକାରୀ, ଗୋଟିଏ ମାସରେ ୩୭ ଅଧିକାରୀ ବରଖାସ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ନିତି ବିକାଶର ସବୁଠୁ ବଡ଼ ପ୍ରତିବନ୍ଧକ, ତେଣୁ ଦୁର୍ନିତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦୁର୍ନିତି ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ରମରେ ଆଉ ୧୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଏମାନଙ୍କ ମଧ୍ୟରେ ୫ଜଣ ପ୍ରଧାନ ଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ରେଭିନ୍ୟୁ ଇନସ୍ପେକ୍ଟର, ଜଣେ ଫାର୍ମାଷିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ଏବଂ ୨ଜଣ କିରାଣୀ ରହିଛନ୍ତି। ଏହି ଅଧିକାରୀମାନେ ରାଜ୍ୟ ଦୁର୍ନିତି ନିବାରଣ ବିଭାଗ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୁର୍ନିତି ବିରୋଧୀ କାର୍ଯ୍ୟାନୁଷ୍ଠାନ କ୍ରମରେ ୩୭ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୬ଜଣଙ୍କ ପେନ୍ସନ ବନ୍ଦ କରିଛନ୍ତି।