ଭୁବନେଶ୍ୱରରେ ନୂଆ ୧୬ କରୋନା ସଂକ୍ରମିତ ରୋଗୀ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୧୮ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଏବେ ମିଳିଥିବା ୧୬ ପଜିଟିଭ୍‌ ମାମଲା ଭିତରେ ୧୫ଟି ମାମଲା କେବଳ ବମିଖାଲର। ଏହାସହ ବମିଖାଲରେ ୧୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲକୁ ସିଲ୍‌ କରାଯାଇଥିବା ବେଳେ ପ୍ରତ୍ୟେକ ଘରକୁ ଯାଇ ସର୍ଭେ କରାଯାଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି। କିନ୍ତୁ ଏଥିରେ କିଛି ଭୟ କରିବାର ନାହିଁ ବୋଲି ଟ୍ୱିଟ୍‌ କରି ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଗୋଟିଏ ଦିନରେ ୧୮ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।