ବାଣ କାରଖାନାରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ

ପଞ୍ଜାବର ଗୁରୁଦାସପୁର ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ଣ ୪ଟା ସମୟରେ ଗୁରୁଦାସପୁର ବାଟଲା ଠାରେ ଥିବା ଏକ ବାଣ କାରଖାନାରେ ଭୀଷଣ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ୫୦ରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି। ବିସ୍ଫୋରଣର ତିବ୍ରତା ଏତେ ଭୀଷଣ ଥିଲା ଯେ, କାରଖାନା ସମେତ ପାଖାପାପାଖି ଘରଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପଞ୍ଜାବ ଆଇଜି ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।