ଅଢ଼େଇ ମାସରେ ୧୬ କୋଟି ଜୋରିମାନା ଆଦାୟ: ଡିଜିପି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଲକ୍‌ଡାଉନ୍‌କୁ ଆଂଶିକ କୋହଳ କରାଯାଇଛି। ହେଲେ କରୋନା କଟକଣାକୁ ମାନି ରହିବାକୁ ପଡ଼ିବ। ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାର ରଖିବାକୁ ପଡ଼ିବ ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି। ଅପ୍ରେଲ୍ ୧ରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୫ଲକ୍ଷ ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍ କଟକଣା ଉଲ୍ଲଙ୍ଘନ କରିଛନ୍ତି।

ମାସ୍କ, ସାମାଜିକ ଦୂରତା ନିୟମରେ ଖିଲାପକାରୀଙ୍କ ଠାରୁ ୧୬କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ ହୋଇଛି। ଏଥିସହିତ ୩୯୭୯ଟି ଦୋକାନ, ସପିଂମଲ୍‌, ଅନୁଷ୍ଠାନକୁ ସିଲ୍ କରାଯାଇଛି। ଏମାନଙ୍କ ଠାରୁ ୪୭ଲକ୍ଷରୁ ଊର୍ଦ୍ଧ୍ୱ ଜୋରିମାନା ଆଦାୟ କରାଯାଇଛି। ଏହାସହ ୧୪୮୬ଜଣଙ୍କୁ ଗିରଫ କରାଯାଇଥିବାବେଳେ ୩୧ହଜାର ୭୫୮ଟି ଗାଡ଼ି ଜବତ ହୋଇଥିବା ଡିଜିପି କହିଛନ୍ତି। ପୁଲିସର କାମ ଜୋରିମାନା ଆଦାୟ କରିବା ନୁହେଁ। ତେଣୁ ପୁଲିସକୁ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।