ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ୫ ଜଣ ମୃତକଙ୍କ ମଧ୍ୟରେ ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ ଓ ମାଲକାନଗିରି ଅଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତି। ବାଲେଶ୍ୱରରର ମୃତକ ଜଣଙ୍କ ୪୬ ବର୍ଷୀୟ ପୁରୁଷ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଥିଲା। ଗଞ୍ଜାମର ମୃତକ ଜଣଙ୍କ ୬୦ ବର୍ଷୀୟ ବୃଦ୍ଧା ତାଙ୍କୁ ଡଇବେଟିସ ଓ ଶ୍ୱାସକ୍ରିୟା ଜନିତ ରୋଗ ଥିଲା। ଫୁଲବାଣୀର ମୃତକ ଜଣଙ୍କ ୫୦ ବର୍ଷୀୟ ପୁରୁଷ ତାଙ୍କୁ ଜଣ୍ଡିସ ଥିବା ସହ ଲିଭର ଜନିତ ରୋଗ ମଧ୍ୟ ଥିଲା।
ମାଲକାନଗିରିର ମୃତକ ଜଣଙ୍କ ୬୦ ବର୍ଷୀୟ ବୃଦ୍ଧା ଏବଂ ତାଙ୍କର ପୂର୍ବରୁ ଶ୍ୱାସକ୍ରିୟା ଜନିତ ରୋଗ ଥିଲା। ସେହିପରି ପୁରୀର ମୃତକ ଜଣଙ୍କ ୫୫ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି। ତେବେ ସମସ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।