ସଟଡାଉନ ନିୟମ ଉଲଂଘନ ଅଭିଯୋଗରେ ୧୫୬ ଅମାନିଆଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ପାଇଁ ଶୁକ୍ରବାର ରାତି ୮ ଟାରୁ ୪୮ ଘଣ୍ଟିଆ କଟକ, ଭୁବନେଶ୍ୱର, ଯାଜପୁର ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। କର୍ଫ୍ୟୁର ପ୍ରଥମ ଦିନରେ ଛକ ହେଉ କି ଗଳି, ଜାତୀୟ ରାଜପଥ ହେଉ କି ଫ୍ଲାଏଓଭର୍‌, ସବୁ ଶୂନଶାନ ହୋଇଯାଇଥିଲା। ସଟ୍ ଡାଉନକୁ ଲୋକ ସମର୍ଥନ କରୁଥିବା ଦେଖାଯାଇଛି। ଅନ୍ୟପଟେ କିଛ ବ୍ୟକ୍ତିଙ୍କୁ ନିୟମ ଉଲଘଂନ ଅଭିଯୋଗରେ ସରକାରୀ କ୍ୱାରେଣ୍ଟାଇନକୁ ପଠାଇଛି ପୁଲିସ ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଶୂକ୍ରବାର ରାତି ୮ଟାରୁ ୩ ସହରରେ କଡ଼ାକଡ଼ି ହୋଇଥିଲା ସଟ୍ ଡାଉନ୍ ନିୟମ । ମୁଖ୍ୟ ରାସ୍ତା ସହ ସବୁ ଗଳି କୁ ମଧ୍ୟ କଟକଣା କରାଯାଇଛି। ଘରୁ ପଦାକୁ ବାହାରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ଦଣ୍ଡ ।

ଏହି କ୍ରମରେ ବିନା କାରଣରେ ଘରୁ ବାହାରି ଗତକାଲି ରାତି ସୁଦ୍ଧା ବିନା‌ କାରଣରେ ସଟ୍ ଡାଉନ୍ ନିୟମ ଉଲ୍ଲଂଘନ କରି ବାହାରକୁ ବାହାରିଥିବା ପାଖାପାଖି ୧୫୬ଲୋକଙ୍କୁ ବାଧ୍ୟତାମୂଳକ ସଂଗରୋଧ ବା କ୍ୱାରେଣ୍ଟାଇନରେ ରଖିବା ପାଇଁ ପୋଲିସ୍ ଉଠାଇ ନେଇଥିଲା। ପରେ ସେମାନଙ୍କର ପରିସ୍ଥିତି ଓ ଜରୁରୀ କାମ ନେଇ ପଚରାଉଚରା କରାଯାଇଥିଲା। କିଛି ବ୍ୟକ୍ତି ଜରୁରୀ କାମରେ ବାହାରକୁ ଆସିଥିବା ଦେଖାଯାଇଥିଲା। ତେଣୁ ସେମାନଙ୍କ ମଧ୍ୟରୁ ୧୧୦ଜଣଙ୍କୁ ଘର ପାଖରେ ଛାଡ଼ି ଦିଆଯାଇଥିଲା।

ତେବେ ରାତିରେ କେହି ଜଣେ ହେଲେ ବାହାରକୁ ବାହାରି ନଥିବା ରେକର୍ଡ କରାଯାଇଥିବା କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।