୧୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଆଇନ ଭାବରେ ଚାଲାଣ ହେଉଥିବା ୧୫୦ ଲିଟର ଦେଶୀ ମଦ ସହ ଏକ ଅଲ୍ଟୋ କାର ଆଜି ରେଙ୍ଗାଲୀ ପୁଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କନକତୋରା ଗ୍ରାମର ସୁନିଲ ମେହେର ଓ ସେଖର ମେହେର। ଏନେଇ ପୁଲିସ ଏକ ମାମାଲା ରୁଜୁ କରି ତରନ୍ତ ଆରମ୍ଭ କରିଛି।