ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଦୂଷଣ ରୋକିବା ପାଇଁ ରାସ୍ତାରେ ଆଉ ୧୫ ବର୍ଷର ପୁରୁଣା ଗାଡ଼ି ଗଡ଼ିବନି। ଏ ସମ୍ପର୍କରେ କେନ୍ଦ୍ର ସରକାର  ଯୋଜନା ପ୍ରସ୍ତୁତ କରୁଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ସୂଚନା ଦେଇଛନ୍ତି। ଏଥିପାଇଁ ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି  । ଏହି ପରିପ୍ରେକ୍ଷୀରେ ଦେଶରେ ୧୫ ବର୍ଷ ପୁରୁଣା ଗାଡ଼ି ଚାଲୁଥିବା ସମସ୍ତ ୪ ଚକିଆ ଓ ୨ ଚକିଆ ଯାନଗୁଡ଼ିକ ଉପରେ ରୋକ ଲଗାଯିବ।

ସୂଚନା ଅନୁସାରେ ପୁରୁଣା ଗାଡ଼ିଗୁଡ଼ିକରୁ ଅତ୍ୟଧିକ ମାତ୍ରାରେ ଧୂଆଁ ବାହାରୁ ଥିବାବେଳେ ଏହା ପରିବେଶକୁ ଅତ୍ୟଧିକ ମାତ୍ରାରେ କ୍ଷତି କରୁଛି। ତେବେ ଆଗାମୀ ପିଢ଼ୀକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଥିବା ଜଣାଯାଇଛି। ତେଣୁ ଏଗୁଡିକୁ ଆଉ ଫିଟନେସ୍ ସାର୍ଟିଫିକେଟ୍ ଦିଆଯିବନାହିଁ। ତେବେ ଏହି ପୁରୁଣା ଗାଡ଼ିଗୁଡ଼ିକୁ କିପରି ରିସାଇକ୍ଲିଂକରାଯିବ ଓ ଲୋକମାନେ ଏହାକୁ କିପରି ରିପ୍ଲେସ୍‌ କରିପାରିବେ ସେ ନେଇ ଯୋଜନା ଚଳାଇଛନ୍ତି। ଅନ୍ୟପଟେ ନୂଆ ଗାଡି ଦର ମଧ୍ୟ ୨୦ରୁ ୩୦ ପ୍ରତିଶତ କମ କରାଯିବ ବୋଲି ଜଣାଯାଇଛି।