ବିଜୟ ହଜାରେ ଟ୍ରଫି ପାଇଁ ୧୫ଜଣିଆ ଓଡିଶା ଦଳ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ : ସେପ୍ଟେମ୍ବର ୨୪ରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ଲିଗ୍ ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୧୫ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି। ଏହି ଦଳ ଆସନ୍ତା ୨୧ ତାରିଖରେ ବରୋଦା ଗସ୍ତ କରିବେ। ଗ୍ରୁପ୍ ‘ବି’ ଥିବା ଓଡିଶା ଟିମ୍ ପ୍ରଥମ ଦୁଇଟି ମ୍ୟାଚରେ ବରୋଦା ଓ ହରିଆଣା ବିପକ୍ଷରେ ଖେଳିବ । ଟିମ୍ ରେ ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଅଧିନାୟକ କରାଯାଇଛି।

୧୫ ଜଣଙ୍କ ମଧ୍ୟରେ ସ୍ୱସ୍ତିକ ସାମଲ ଏବଂ ଗତ ସିଜନରେ ରଣଜୀ ଟ୍ରଫିରେ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ ପ୍ରଥମ ଥର ଦିନିକିଆ ଦଳରେ ସାମିଲ କରାଯାଇଛି। ରେଲୱେ ପକ୍ଷରୁ ଗତ ସିଜନରେ ଖେଳିଥିବା ଅଭିଷେକ ଯାଦବ ପୁଣିଥରେ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି।

ମନୋନୀତ ଅନ୍ୟ ଖେଳାଳିମାନେ ହେଲେ- ସନ୍ଦୀପ ପଟ୍ଟନାୟକ, ସ୍ୱସ୍ତିକ ସାମଲ, ଶାନ୍ତନୁ ମିଶ୍ର, ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ କୁମାର ସିଂ, ସୁଜିତ ଲେଙ୍କା(ୱିକେଟ୍ କିପର), ପପ୍ପୁ ରଏ, ଦୀପକ ରଞ୍ଜନ ବେହେରା ସ୍ଥାନ ପାଇଛନ୍ତି। ଦଳରେ ରଶି୍ମ ରଞ୍ଜନ ପରିଡ଼ା କୋଚ୍ ଭାବେ ଚୟନ କରାଯାଇଛି। ଏହି ଟ୍ରଫି ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।