ଫାରୁକ୍‌ ଓ ଓମାର୍‌ଙ୍କୁ ଭେଟିବାକୁ ଶ୍ରୀନଗରରେ ପହଞ୍ଚିଲେ ୧୫ଜଣିଆ ଏନ୍‌ସି ପ୍ରତିନିଧି ଦଳ

ଶ୍ରୀନଗର,ଏଜେନ୍ସି: ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ର ଏକ ୧୫ଜଣିଆ ପ୍ରତିନିଧି ଦଳ ଶନିବାର ଅଧ୍ୟକ୍ଷ ଫାରୁକ୍‌ ଅବ୍ଦୁଲ୍ଲା ଏବଂ ଉପାଧ୍ୟକ୍ଷ ଓମାର୍‌ ଅବ୍ଦୁଲ୍ଲାଙ୍କୁ ଭେଟିବାକୁ ଶ୍ରୀନଗରରେ ପହଞ୍ଚିଛନ୍ତି। ଫାରୁକ ଅବ୍ଦୁଲ୍ଲା ଶ୍ରୀନଗର ଠାରେ ଥିବା ତାଙ୍କ ବାସଭବନରେ ଗୃହବନ୍ଦୀ ଥିବାବେଳେ ଓମାର ରାଜ୍ୟର ଗୋଟିଏ ଅତିଥି ଭବନରେ ଅଟକ ଅଛନ୍ତି।
ନ୍ୟାସନାଲ୍‌ କନଫରେନସର ମୁଖପାତ୍ର ମଦନ ମାଣ୍ଟୁ ଶୁକ୍ରବାର ଦିନ କହିଥିଲେ ଯେ ପ୍ରାଦେଶିକ ଅଧ୍ୟକ୍ଷ ଦେବେନ୍ଦର ସିଂହ ରାଣା ଏବଂ ଦଳର ବିଧାୟକମନଙ୍କୁ ସହ ପ୍ରତିନିଧି ଦଳ ରବିବାର ସକାଳେ ଜମ୍ମୁ ଛାଡ଼ିବ। ଏ ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ରାଣା ରାଜ୍ୟପାଳଙ୍କ ଠାରୁ ଅନୁମତି ପତ୍ର ପାଇଥିଲେ।

ମଣ୍ଟୁ କହିଛନ୍ତି ଯେ ଜମ୍ମୁର ନ୍ୟାସନାଲ୍‌ କନଫରେନସ ନେତାମାନଙ୍କ ଚଳାଚଳ ଉପରେ କଟକଣା ଉଠିଯିବା ପରେ ପରେ ବୁଧବାର ଜମ୍ମୁର ଜିଲ୍ଲା ଅଧ୍ୟକ୍ଷ ଓ ବରିଷ୍ଠ କର୍ମୀମାନଙ୍କର ଗୋଟାଏ ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେ ମଧ୍ୟ କହିଛନ୍ତି ଯେ ବରିଷ୍ଠ ନେତା ମୁଖ୍ୟ ରାଜନୈତିକ ଦଳର ଅନ୍ୟାନ୍ୟ ଶୀର୍ଷ ସ୍ଥାନୀୟ ନେତାମାନଙ୍କ ଅଟକ ଯୋଗୁଁ ଦଳ ମର୍ମାହତ ହୋଇଛି।