କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ ଲକ୍ଷ ଅନୁକମ୍ପା ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁଁ ସାରା ବିଶ୍ୱ ଏକ ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଗତିକରୁଛି। ଏହି ସମୟରେ ଏହାର ମୁକାବିଲା କରିବା ଲାଗି ଡାକ୍ତର ଓ ପୁଲିସ କର୍ମୀମାନେ କରୋନା ଯୋଦ୍ଧା ସାଜିଛନ୍ତି। ଏ ନେଇ ମିଡ଼ିଆ ପରାମର୍ଶ ଦାତା ମାନସ ମଙ୍ଗରାଜ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ବୋଲି କହିଛନ୍ତି।

ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।