ଗୋଟିଏ ଦିନରେ ଓଡ଼ିଶାରେ ଚିହ୍ନଟ ହେଲେ ୧୫ କରୋନା ପଜେଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ ସୂର୍ଯ୍ୟନଗର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ, ୫ମ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ ରହୁଥିବା ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବମିଖାଲ-୩, କଟକ-୧, ପୁରୀ- ୧, ଯାଜପୁର-୧ ଓ ଭଦ୍ରକ-୨ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ସିଲ କରିଛି । ଏକ୍ରାମ ହଲରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ କରିଛି ।

https://mobile.twitter.com/HFWOdisha/status/1246131083839561728

ସେହିପରି ପୁରୀ କୁମ୍ଭାରପଡାରେ ଜଣେ ବ୍ୟକ୍ତି ନିଜାମୁଦ୍ଦିନ୍ ରୁ ଫେରି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ୨୭ ତାରିଖରେ ଦିଲ୍ଲୀରୁ ଫେରିଥିଲେ।

ଅନ୍ୟ ପକ୍ଷରେ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।