ଏକାଥରକେ ଅନୁଗୋଳରୁ ସୁସ୍ଥ ହେଲ ୧୫ କରୋନା ଆକ୍ରାନ୍ତ

ଅନୁଗୋଳ,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ। ତେବେ ଏହି କ୍ଷେତ୍ରରେ ଅନୁଗୋଳରେ ଗତକାଲି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାରୁ ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏ ନେଇ ଜିଲ୍ଲା ବାସୀଙ୍କ ମନରେ ଆଶ୍ୱସ୍ତ ଆସିଛି। ସେହିପରି ବର୍ତ୍ତମାନ ରାଜ୍ୟରେ ଆଉ ୪ ଜଣ ଚିକିତ୍ସାଧୀନ ଅଛନ୍ତି।