ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ତୁଳନାରେ ଆଜି ରାଜ୍ୟରେ ପୁଣି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୪୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୭୭ରେ ପହଞ୍ଚିଛି। ସେଥିମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୮୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗଞ୍ଜାମରୁ ପୁଣି ସର୍ବାଧିକ ୩୬୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୪ ଚିହ୍ନଟ ହୋଇଛନ୍ତି। ସେହିପରି ଗଜପତିରୁ ୯୭, ଢ଼େଙ୍କାନାଳରୁ ୯୨, କୋରାପୁଟରୁ ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦, ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ବଲାଙ୍ଗିର ଓ ଯାଜପୁରରୁ ୧୯ ଜଣ ଲେଖାଏଁ, କେନ୍ଦୁଝରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦ୍ରାପଡ଼ାରୁ ୧୪, ମୟୂରଭଞ୍ଜରୁ ୧୩, ବରଗଡ଼ରୁ ୧୦, ନୂଆପଡ଼ାରୁ ୯, ଝାରସୁଗୁଡାରୁ ୭, ସୋନପୁରରୁ ୫, ଦେବଗଡ଼ରୁ ୨ ଓ ଭଦ୍ରକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ହଜାର ୭୪୫ ଜଣ ସୁସ୍ଥ ହୋଇଥିବାବେଳେ ୧୧ ହଜାର ୯୧୮ ଜଣ ସକ୍ରିୟ ଅଛନ୍ତି।