ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୨୨୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୭ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ବଲାଙ୍ଗିରରୁ ୧୧ ଜଣ, ଜଗତସିଂହପୁରରୁ ୮ ଜଣ, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଜଣ ଲେଖାଏଁ ରହିଛନ୍ତି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୪ ଜଣ, କେଉଁଝରରୁ ୩ ଜଣ, କଟକରୁ ୨ ଏବଂ ବୌଦ୍ଧ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ ହୋଇଥିବାବେଳେ ୨୨୮୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୫୯ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି।