ଗଞ୍ଜାମ ସମସ୍ତ ସଂଗରୋଧ କେନ୍ଦ୍ର ୧୪୪ ଜାରି

ବ୍ରହ୍ମପୁର,ଏନ୍ଏନ୍ଏସ୍ : ଗଞ୍ଜାମ ଜିଲ୍ଲାର ସମସ୍ତ ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି । ସଂଗରୋଧ କେନ୍ଦ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ପ୍ରାୟ ୨୮୦୦ ସଂଗରୋଧ କେନ୍ଦ୍ର କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୮୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୩୫ ହଜାର ଅନ୍ତେବାସୀଙ୍କୁ ରଖାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରୁ ଆହୁରି କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଦେଖାଯାଇଛି ।