ଯନ୍ତାପାଇରେ ଲାଗୁ ହେଲା ୧୪୪ ଧାରା

ମାଲକାନଗିରି,ଏନ୍ଏନ୍ଏସ୍: ଅଙ୍ଗନାବାଡ଼ିରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଯନ୍ତାପାଇରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେୂ ଆଜି ଅଞ୍ଚଳରେ ଏ ନେଇ ୧୪୪ ଧାରା ଜାରି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସାପ୍ତାହିକ ହାଟ ବନ୍ଦ ରଖାଯାଇଥିବା ପୁଲିସ ପ୍ରଶାସନ ମାଇକ୍ ଯୋଗେ ପ୍ରଚାର କରିଛି। ଘଟଣାସ୍ଥଳରେ ଡିଭିଏଫ୍ ଓ ଏସଓଜି ଯବାନ ମୁତୟନ ହୋଇଛନ୍ତି ।

ଗତ ୧୩ ତାରିଖରେ ଯନ୍ତାପାଇ ଅଙ୍ଗନୱାଡି କେନ୍ଦ୍ରରୁ ଧୁଲିପୁଟ ପଞ୍ଚାୟତ କାଙ୍ଗିନିଗୁଡ଼ା ନିବାସୀ ରାଜୁ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ସ୍ଥାନୀୟ ଲୋକେ ରାଜୁଙ୍କୁ ହତ୍ୟା କରାଯାଇଥିବା କୁହାଯିବା ସହ ବିଏସ୍ଏଫ୍ ଯବାନମାନେ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏ ନେଇ ଉତ୍ୟକ୍ତ ଜନତା ପେପରମେଟାଲ ଥାନାରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁଲିସଙ୍କୁ ମାଡ଼ ମାରିଥିଲେ। ତେବେ ଅଞ୍ଚଳରେ ଅହେତୁକ ପରିସ୍ଥିତି ଉପୁଜିବାରୁ ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି।