ରାମନାଗୁଡା ବ୍ଲକ ଏରାଗୁଡା ଗ୍ରାମରୁ କରୋନା ରୋଗୀ ଚିହ୍ନଟ, ୧୪୪ ଧାରା ଜାରି

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ଉକାମ୍ବା ପଞ୍ଚାୟତର ଏରାଗୁଡା ଗ୍ରାମର ୨୨ ବର୍ଷୀୟା ଗର୍ଭବତି ମହିଳା ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କୁଜେନ୍ଦ୍ରୀ ଅସ୍ତାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିବା ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। ଏହି ଅଞ୍ଚଳରେ ଜଣେ କଣ୍ଣାଟକ ବେଙ୍ଗାଲୁରୁ ଫେରନ୍ତା ମହିଳାଙ୍କ ଠାରେ କୋରନା ଭୂତାଣୁ ଚିହ୍ନଟ ହୋଇଛି। ସେ ବେଙ୍ଗାଳୁରୁ ଫେରିବା ପରେ ରାମନାଗୁଡା ବ୍ଲକ ପାରିଖିତି ନିକଟ ଅର୍ଭଥନା କେନ୍ଦ୍ରରେ ପଞ୍ଜିକୃତ ହୋଇ କୁଜେନ୍ଦ୍ରୀ ଅସ୍ତାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା।

ଉକ୍ତ ମହିଳା ଜଣକ ଗର୍ଭବତୀ ଥିବା ଜଣାପଡ଼ିଛି। ସେ ଗତ ମାସ ଶେଷ ସପ୍ତାହରେ ବେଙ୍ଗାଳୁରୁରୁ ଆସିଥିଲେ ଏବଂ ଗତ ୨୯ ତାରିଖରେ ତାଙ୍କ ସ୍ଵାବ ନମୁନା ଭୁବନେଶ୍ୱର ଆରଏମସିସିକୁ ପଠାଯାଇଥିଲା। ତେବେ ତାଙ୍କ ସ୍ଵାବ ନମୁନାରେ କରୋନା ପଜେଟିଭ ବାହରିଛି। କରୋନା ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ଆକ୍ରାନ୍ତ ଯୁବତୀକୁ କଡ଼ା ସୁରକ୍ଷା ମଧ୍ୟରେ ଗତ ରାତ୍ରିରେ ଆମ୍ବୁଲାନ୍ସ ମାଧ୍ୟମରେ ଗଜପତି ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି।

ସମ୍ପୃକ୍ତ ମହିଳା ବେଙ୍ଗାଳୁରୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିବା ପରେ ଉକ୍ତ ମହିଳାଙ୍କୁ ହୋମ୍ କ୍ୱାରାଣ୍ଟାଇନରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଇଥିଲା। ଯାହାର ରିପୋର୍ଟ ଆସିବା ପରେ ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ନେଇ ସ୍ପଷ୍ଟ ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସମ୍ପୃକ୍ତ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।