ଆଜି ରାତି ୧୧ଟାରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା

  • କେନ୍ଦ୍ରାପଡ଼ା, ଏନଏନଏସ: ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରାପଡ଼ାରୁ ହଟିବ ୧୪୪ ଧାରା। ଆଜି ରାତି ୧୧ଟାରୁ କେନ୍ଦ୍ରାପଡ଼ା ସହରରୁ ହଟିବ ୧୪୪ ଧାରା। ଆସନ୍ତା ୩୦ ତାରିଖ ରାତି ୧୧ଟା ଯାଏଁ ଜାରି ହୋଇଥିଲା। ଏନ୍କାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଏହି ଧାରା ଜାରି କରାଯାଥିଲା। ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତ୍ତର ରହିବା ନେଇ ଘୋଷଣା ହୋଇଥିଲା। କେନ୍ଦ୍ରାପଡ଼ା ପୌରାଞ୍ଚଳ ଓ ନିକଟସ୍ଥ ୪ଟି ପଞ୍ଚାୟତ ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ଏହି ୧୪୪ ଧାରା ଜାରି କରାଯାଇଥିବା କୁହାଯାଇଥିଲା।
    ଉକ୍ତ ଅଞ୍ଚଳରେ କେବଳ ପରିବା ଓ ଗ୍ରୋସରୀ ଦୋକାନ ସକାଳ ୭ରୁ ଦିନ ୧୧ ଯାଏଁ ଖୋଲା ରହିବ। ହୋଟେଲରେ ପାର୍ସଲ ସେବା ଅନୁମତି ରହିବ। କିନ୍ତୁ ଅନ୍ୟ ଦୋକାନ ବନ୍ଦ ରହିବା ସହିତ ଗାଡି ଚଳାଚଳରେ କଟକଣା ରହିବ। କୌଣସି ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବାବେଳେ ଏହି ସମୟରେ ଏହି ସବୁସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଥିଲା।