ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୧୩୭ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନଡିଆରଏଫର ୨ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୬ ଜଣ, କଟକରୁ ୨୦ ଜଣ, ନୟାଗଡ଼ ଓ ବାଲେଶ୍ୱରରୁ ୧୩ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୬ ଜଣ, ସମ୍ବଲପୁରରୁ ୫ ଜଣ, ଭଦ୍ରକରୁ ୪ ଜଣ, ଢେଙ୍କାନଳରୁ ୩ ଜଣ, କେନ୍ଦୁଝରରୁ ୨ ଜଣ ଓ ଜଗତସିଂହପୁର, ଅନୁଗୁଳରୁ, ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଯାଏଁ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୩୦୩ରେ ପହଞ୍ଚିଥିବା ବେଳେ ୩,୭୨୦ ସୁସ୍ଥ ହୋଇଛନ୍ତି। ସେହିପରି ୧୫୬୨ ସକ୍ରିୟ ଅଛନ୍ତି।