ଭାରତରେ ୧୪,୨୬୪ ନୂୂଆ କରୋନା ସଂକ୍ରମିତ ଚିହ୍ନଟ, ୯୦ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏହି ମଧ୍ୟରେ ଗତ ୨୪ ଘଣ୍ଟାରେ ୧୪,୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୯୧ ହଜାର ୬୫୧ରେ ପହଞ୍ଚିଛି। ସେହିପରି ଆଉ ୯୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୬ ଲକ୍ଷ ୮୯ ହଜାର ୭୧୫ ଜଣ ସୁସ୍ଥ ହୋଇସାରିଛନ୍ତି ଯାହାକି ମୋଟ ସଂକ୍ରମଣର ୯୭.୨୫ ପ୍ରତିଶତ। ସେହିପରି କରୋନାରେ ଦେଶରେ ୧ ଲକ୍ଷ ୫୬ ହଜାର ୩୦୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧ ଲକ୍ଷ ୪୫ ହଜାର ୬୩୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।