୧୪୧ ମଦୁଆ ଗାଡି ଚାଳକ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜପଥରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୪୧ଜଣଙ୍କୁରବିବାର ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ୨୬ଜଣ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି। ଏଥିସହିତ ଯାଜପୁରରେ ୨, ସମ୍ବଲପୁରରେ ୧, ରାଉରକେଲାରେ ୧୬, ବ୍ରହ୍ମପୁରରେ ୧୨, ଜଗତସିଂହପୁରରେ ୧୨, ଗଜପତି ୯, ଅନୁଗୁଳ ୬, ନବରଙ୍ଗପୁର ୬, କୋରାପୁଟ ୫, ମୟୂରଭଞ୍ଜ ୪, କେନ୍ଦ୍ରାପଡ଼ା ୨, ବାଲେଶ୍ୱର ୧, ଖୋର୍ଦ୍ଧା ୧, କନ୍ଧମାଳ ୧, ସୁନ୍ଦରଗଡ଼ ୧ ଓ ସୋନପୁର ଜିଲ୍ଲାରେ ଜଣେ ମଦ୍ୟପଙ୍କୁ ପୁଲିସ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଦୁର୍ଘଟଣାକୁ ରୋକିବା ପାଇଁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କୁ ଫାଇନ୍‌ କଟାଯିବା ସହ ଗିରଫ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ, ଏବଂ ଏହି ନିଷ୍ପତ୍ତି କ୍ରମେ ଗତ ୬ ତାରିଖରୁ ଅଭିଯାନ ଆରମ୍ଭ କରାଯାଇଛି।