ରାଜଧାନୀରୁ ୧୪ କରୋନାରେ ଆକ୍ରାନ୍ତ, ୨୯ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୧୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୦ଟି ସ୍ଥାନୀୟ ଓ ୪ଟି କ୍ୱାରେଣ୍ଟାଇନ ମାମଲା ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି। ଏଥିସହିତ ୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଜଣେ ସରକାରୀ ଓ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ, ସରକାରୀ ହସ୍ପିଟାଲର ଜଣେ ସେବା ପ୍ରଦାନକାରୀ, ସରକାରୀ ଅଫିସର ଜଣେ ଡ୍ରାଇଭର, ୟୁନିଟ-୬ ରାଧାକୃଷ୍ଣ ତଳବସ୍ତିରୁ ଜଣେ ବର୍ଷକର ଶିଶୁକନ୍ୟା ରହିଛନ୍ତି। ସେହିପରି ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ, କାନନବିହାର, ବୋମିଖାଲ, ୟୁନିଟ-୯ ଓ ନୟାପଲ୍ଲୀ ମହିମା ଢାବା ନିକଟରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ସେହିପରି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୟୁନିଟ-୫ କେଶରୀନଗର ବସ୍ତିରୁ ୨ଜଣ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଓ ୟୁନିଟ-୬ରୁ ଜଣେ ରହିଛନ୍ତି।

ଆଜି ସୁସ୍ଥ ହୋଇଥିବା ୨୯ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ ୩ଜଣ, ଟଙ୍କପାଣି ରୋଡ, ସୁନ୍ଦରପଦା, ସାମନ୍ତରାପୁର, ଜାଗମରାରୁ ୨ଜଣ ଲେଖାଏଁ, ୟୁନିଟ-୮ ଡେଲଟା, ବାପୁଜୀ ନଗର,ବୋମିଖାଲ, ଖଣ୍ଡଗିରି, ଲକ୍ଷ୍ମୀନଗର, କଳିଙ୍ଗ ବିହାର, ମଞ୍ଚେଶ୍ୱର ୟୁପି ସ୍କୁଲ ନିକଟରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ଅନ୍ୟ ଜିଲ୍ଲାର ୨ଜଣ, ସତ୍ୟନଗରରୁ ୨ଜଣ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା ବିଡିଏ କଲୋନୀ, ଟଙ୍କପାଣୀ ରୋଡ, ଶୈଳଶ୍ରୀ ବିହାର, ସହିଦନଗର, ଡୁମଡୁମା ସୁଖବିହାର ବସ୍ତି ଓ ଅଶୋକ ନଗରରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ ହୋଇଥିବାବେଳେ ୩୫୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫୩ ଜଣ ଚିକିତ୍ସାଧୀନ ଅଛନ୍ତି।