ଆନ୍ଧ୍ର ଏବଂ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମଗ୍ର ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ମାଡି ଚାଲିଥିଲା ବେଳେ କିଛି ରାଜ୍ୟରେ ସଂକ୍ରମଣର ମାମଲା ବହୁତ ଅଧିକ ଅଛି। ଆନ୍ଧ୍ରପ୍ରଦେଶରେ ନୂଆ କୋଭିଡ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ଏହା ତୀବ୍ର ଗତିରେ ସଂକ୍ରମଣ କରୁଥିବା ବୈଜ୍ଞାନିକ ମାନେ କହିଛନ୍ତି। ତେବେ ଏହି ନୂଆ ଷ୍ଟ୍ରେନ୍ ଭୂତାଣୁ ଆନ୍ଧ୍ରପ୍ରଦେଶ ସହିତ ତେଲେଙ୍ଗାନାର ଲୋକମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି।

ଏହି କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରର ଅଧିକାରୀ ମାନେ ତୁରନ୍ତ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସୀମାରେ ଥିବା ସମସ୍ତ ଆନ୍ତଃରାଜ୍ୟ ସଡ଼କରେ ସୀମା ଯାଞ୍ଚ ପୋଷ୍ଟ (ବିସିପି) ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଯେଉଁ ବ୍ୟକ୍ତି ଆସୁଥିବେ ସେମାନଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ କରାଯାଇଛି। ଏଥିସହିତ ଯଦି ବ୍ୟକ୍ତି ଜଣଙ୍କ ଦୁଇ ଡୋଜ ଟିକାକରଣ କରାଇଛନ୍ତି କିମ୍ବା ଆରଟିପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି ତେବେ ତାଙ୍କ ପାଇଁ ୪୮ ଘଣ୍ଟାର ହୋମ କ୍ୱାରେଣ୍ଟାଇନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ଦ୍ୱାରା କୋଭିଡ୍ -୧୯ ପରିଚାଳନା ସମ୍ବନ୍ଧୀୟ ଜରୁରୀକାଳୀନ କାର୍ଯ୍ୟରେ ଆସୁଥିବା ବ୍ୟକ୍ତି ତଥା ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଯେ କୌଣସି କାର୍ଯ୍ୟ ସଂପର୍କରେ ଆସୁଥିବା ବ୍ୟକ୍ତିମାନେ ଏହି ଆଦେଶରୁ ମୁକ୍ତ ହେବେ।