କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୪ କରୋନା ଆକ୍ରାନ୍ତ

ଗୁଜୁରାଟ,ଏଜେନ୍ସି: ଅଗ୍ନିକାଣ୍ଡରେ ଜଳିଗଲେ ୧୪ କରୋନା ଆକ୍ରାନ୍ତ। ଏଭଳି ଘଟଣା ଘଟିଛି ଗୁଜୁରାଟର ଭରୁଚରେ ଥିବା ଏକ ପଟେଲ ଓ୍ୱେଲଫେୟାର ନାମକ କୋଭିଡ ହସ୍ପିଟାଲରେ। ଗତକାଲି ରାତି ପ୍ରାୟ ୧୨ଟାରେ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଆଇସିୟୁ ଓ୍ୱାର୍ଡରେ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ହୋଇଥିବା ଜିଲ୍ଲା ଏସ୍‌ପି ରାଜେନ୍ଦ୍ର ସିଂ ଚୁଡାସମା ସୂଚନା ଦେଇଛନ୍ତି।

ଖବର ପାଇବା ପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିବା ସହ ସଂକ୍ରମିତଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ବେଳକୁ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଅନ୍ୟ ଆକ୍ରାନ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।