ଦ୍ଵିତୀୟ ପର୍ଯ୍ୟାୟରେ ପାଟଣା ଅଞ୍ଚଳକୁ କେରଳରୁ ଫେରି ୧୪ ପ୍ରବାସୀ

ପାଟଣା,ଏନ୍ଏନ୍ଏସ୍: ପାଟଣା ଅଞ୍ଚଳର ପ୍ରବାସୀ କେରଳରେ ରହି କାମ କରୁଥିବା ବେଳେ ସେମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦ୍ଵିତୀୟ ପର୍ଯ୍ୟାୟରେ ପାଟଣା ଅଞ୍ଚଳକୁ ୧୪ ଜଣ ପ୍ରବାସୀ ଫେରିଛନ୍ତି।

ବ୍ଲକର କେନ୍ଦେଇପଶି ପଞ୍ଚାୟତକୁ ୮ ଜଣ ଖିରେଇଟାଙ୍ଗିରି ପଞ୍ଚାୟତକୁ ୪ ଜଣ ଏବଂ ମୁଷାଖୋରୀ ପଞ୍ଚାୟତକୁ ଜଣେ ଏବଂ ସାହାରପଡା ବ୍ଲକକୁ ଜଣେ ପ୍ରବାସୀ ଫେରିଛନ୍ତି। ସମସ୍ତ ପ୍ରବାସୀ କେରଳର ଆଟାପାଟୁ ଅଞ୍ଚଳରେ ରହି କାର୍ଯ୍ୟ କରୁଥିଲେ। ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରକୁ ଆସିବା ପରେ ସେଠାରୁ ବସ ଯୋଗେ ଫେରିଛନ୍ତି। ସମସ୍ତ ପ୍ରବାସୀଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପଞ୍ଚାୟତରେ ଥିବା ସଙ୍ଗରୋଧ ଗୃହକୁ ପଠାଯାଇଥିବା ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି।