ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୁଲିସ ମେଡାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୁଲିସ ପଦକ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୪ ଜଣ ପୁଲିସ ସାମିଲ ଥିବା ନେଇ ସୂଚନା ମିଳିଛି। ସେଥିମଧ୍ୟରୁ ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୧୨ ପୁଲିସ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ। ରାଷ୍ଟ୍ରପତି ପଦକ ପାଇଁ ଚୟନ କରାଯାଇଥିବା ଥିବା ୨ ପୁଲିସ କର୍ମଚାରୀ ହେଲେ ଭିଜିଲାନ୍ସ ଡିଏସପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁ। ଭିଜିଲାନ୍ସ ଏସପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସିପି ଅନୀଲ ମିଶ୍ର, ଡିଏସପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲ କ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ, ଇନ୍ସପେକ୍ଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତ ରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ।