୧୩ ବର୍ଷର ନାବାଳିକା ୩ ମାସର ଗର୍ଭବତୀ: ନାବାଳକ ଅଟକ

ଦେବଗଡ,ଏନ୍ଏନ୍ଏସ୍: କୁଣ୍ଢେଗୋଳାଥାନା ଅନ୍ତର୍ଗତ କୁରଡ଼ପୋଶି ଗ୍ରାମରେ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗନେଇ ଉକ୍ତ ଗ୍ରାମର ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ମାମଲା ଋୁଜ୍ଜୁ କରି ଘଟଣା ରତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କୁରୋଡ଼ପୋଶି ଗ୍ରାମର ଜଣେ ମାଁ ଛେଉଣ୍ଡ ୧୩ବର୍ଷୀୟ ନାବାଳିକା ଘରେ ଏକାୂ ଥିବାବେଳେ ଉକ୍ତ ଗ୍ରାମର ଜଣେ ୧୭ବର୍ଷୀୟ ନାବାଳକ ବିଭିନ୍ନ ପ୍ରଲୋଭନ ଦେଖାଇ ଏକାଧିକ ବାର ଦୁଷ୍କର୍ମ କରିଥିଲେ। ତେବେ ଉକ୍ତ ନାବାଳିକାଟି ବର୍ତ୍ତମାନ ୩ମାସର ଗର୍ଭବତୀ ଥିବା ଜଣାପଡିବା ପରେ ନାବାଳିକାର ପିତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନାବାଳିକାର ବାପା ଉକ୍ତ ଗ୍ରାମର ଟୁନା ଦେହୁରୀଙ୍କ ପୁଅ ନାମରେ କୁଣ୍ଢେଇ ଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ କୁଣ୍ଢେଇଗୋଳା ଥାନା ପୁଲିସ ଅଭିଯୁକ୍ତ ନାବଳକକୁ ଅଟକ ରଖିବା ସହ ଆଜି ନାବଳିକାର ଡାକ୍ତରୀ ମାଇନା କରାଉଥିବା ଜଣାପଡ଼ିଛି।