ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସୀରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ କାଲି ଭାରତ ଓ ଚୀନ ମଧ୍ୟରେ ୧୩ତମ କମାଣ୍ଡରସ୍ତରୀୟ ଆଲୋଚନା ହେବ। ଏହି ବୈଠକ ପୀଏଲଏ ସେନାର ମୋଲଡୋ ଗେରିସମରେ ହେବ ବୋଲି ଆର୍ମି ସୂତ୍ରରୁ ଜଣାପଡ଼ିଛି। ଏହାପୂର୍ବରୁ ଜୁଲାଇ ୩୧ରେ ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଏମିତି ସମୟରେ ବୈଠକ ହେବାକୁ ଯାଉଛି ଯେତେବେଳେ ଅରୁଣାଚଳ ପ୍ରଦେଶରେ ଉଭୟ ଦେଶର ସେନା ମୁହାଁମୁହିଁ ହେବାକୁ ନେଇ ଖବର ସାମ୍ନାକୁ ଆସିଛି। ଗତ ସପ୍ତାହରେ ଚୀନର ପାଖାପାଖି ୨୦୦ ସେନା ଅରୁଣାଚଳ ପ୍ରଦେଶର ୟନ୍ତଗେଜ ସେକ୍ଟରରେ ଏଲଏସିରେ ପେଟ୍ରୋଲିଂ ସମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଭାରତୀୟ ସେନା ଚୀନର କିଛି ସୈନିକଙ୍କୁ ବନ୍ଦୀ ମଧ୍ୟ କରି ନେଇଥିଲା।