ଆଜି ରାଜ୍ୟରେ ୧,୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏଣିକି ଦୈନନ୍ଦିନ ରାଜ୍ୟରୁ ହଜାରେରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ପୁଣି ୧,୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୮୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବାବେଳେ ୫୧୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ରାଜ୍ୟରେ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ଗଞ୍ଜାମ ଜିଲ୍ଲାରୁ ପୁଣି ସର୍ବାଧିକ ୩୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୯୭, ସମ୍ବଲପୁରରୁ ୯୩, କଟକରୁ ୮୯, ବାଲେଶ୍ୱରରୁ ୭୯, ଗଜପତିରୁ ୬୧, ବଲାଙ୍ଗିରରୁ ୫୧, ସୁନ୍ଦରଗଡ଼ରୁ ୪୬, ମାଲକାନଗିରିରୁ ୩୯, ରାୟଗଡ଼ାରୁ ୩୮, ବରଗଡ଼ରୁ ୩୩, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨୬, ଭଦ୍ରକରୁ ୨୫, ନୟାଗଡ଼ ଓ ଜଗତସିଂହପୁରରୁ ୨୨ ଜଣ ଲେଖାଏଁ, ଯାଜପୁରରୁ ୧୮, ପୁରୀରୁ ୧୭, ଅନୁଗୁଳରୁ ୧୩, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରୁ ୧୧ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୭, ସୋନପୁରରୁ ୬, ନୂଆପଡ଼ାରୁ ୫ ଓ କଳାହାଣ୍ଡିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭ରେ ପହଞ୍ଚିଛି। ସେହିପରି କରୋନାରେ ୨୧ ହଜାର ୯୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ହଜାର ୯୫ ଜଣ ସକ୍ରିୟ ଅଛନ୍ତି।

ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। ଏହି ନୂଆ କରୋନା ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଜପତିରୁ ୨ ଜଣ, କଳାହାଣ୍ଡିରୁ ଜଣେ ଓ ଖୋର୍ଦ୍ଧାରୁ ଜଣେ ଥିବା ଜଣାପଡ଼ିଛି। କେବଳ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଥିବା ଜଣାପଡ଼ିଛି।