ରାଜରେ ଚିହ୍ନଟ ହେଲେ ଆଉ ୧୩୮ କରୋନା ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୩୮ଟି ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଏଥିମଧ୍ୟରେ ୧୨୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୩ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଯାଜପୁରରୁ ୬, ଖୋର୍ଦ୍ଧାରୁ ୧୩, ରାୟଗଡ଼ାରୁ ଜଣେ, ମୟୁରଭଞ୍ଜରୁ ୬, ନୟାଗଡ଼ରୁ ୩, ଢ଼େଙ୍କାନାଳରୁ ୩, କଟକରୁ ୧୫, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୧୦, କନ୍ଧମାଳରୁ ୧୦, ଭଦ୍ରକରୁ ୧୧, ଗଞ୍ଜାମରୁ ୩୩, ସମ୍ବଲପୁରରୁ ଜଣେ, ବଲାଙ୍ଗିରରୁ ଜଣେ, ସୁନ୍ଦରଗଡ଼ରୁ ୧୨, ନୂଆପଡ଼ାରୁ ୩, ପୁରୀରୁ ୭ ଓ କେନ୍ଦ୍ରାପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଗତକାଲି ରାଜ୍ୟରେ ୧୭୮ ଜଣ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୭୯ହଜାର ୪୧୫ଟି ସ୍ୱାବ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୨୯୯୪ଟା ପଜିଟିଭ ସାମ୍ନାକୁ ଆସିଛି। ସେହିପରି ଆକ୍ଟିଭ କେସ୍ ୧୦୮୯ ରହିଥିବା ବେଳେ ୧୮୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କୋରାନାରେ ରାଜ୍ୟରେ ୯ ଜଣଙ୍କ ମୃତ୍ୟୁ ହୋଇଛି।