ଭୁବନେଶ୍ୱର,ଏନ୍ଏନ୍ଏସ୍: ଏୟାର ଇଣ୍ଡିଆର ବିମାନ ଆଜି ସକାଳୁ ଆମେରିକାର ଚିକାଗୋ ଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିବା ଜଣାପଡ଼ିଛି। ଏଥିରେ ୧୩୭ ଜଣ ଯାତ୍ରୀ ଫେରିଛନ୍ତି। ଏହି ବିମାନ ଚିକାଗୋରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱର ପହଞ୍ଚିଥିବା ଜଣାପଡ଼ିଛି।
ଗତକାଲି ଏୟାର ଇଣ୍ଡିଆର ଏକ ବିମାନ ଶ୍ରୀଲଙ୍କାରୁ ପ୍ରବାସୀମାନଙ୍କୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ଏଥିରେ ୫ ଜଣ ପ୍ରବାସୀ ଥିଲେ। ଅନ୍ୟ ୩ ଜଣ ହାଇଦ୍ରାବାଦ ବାସିନ୍ଦା ଥିଲେ। ଲକଡାଉନ ଯୋଗୁଁ ଏହି ଆଠ ଜଣ ପ୍ରବାସୀ ଶ୍ରୀଲଙ୍କାରେ ଫସି ରହିଥିଲେ।