ପୁଣି ଛିଡ଼ିଲା ୧୩୩ କେଭି ବିଦ୍ୟୁତ୍ ତାର, ଚେତାପଶୁନି ପ୍ରଶାସନର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ବିଟିଏମ ଛକରେ ଶନିବାର ୧୩୩ କେଭି ବିଶିଷ୍ଟ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡିଛି। ଏଥିରେ କୌଣସି ଜୀବନ ହାନୀ ହୋଇନଥିବା ବେଳେ ତାରଟି ରାସ୍ତା ଉପରେ ପଡି ଥିବାରୁ ଜାତାୟାତ ବାଧାପ୍ରାପ୍ତ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବିଟିଏମ୍ ଛକ ନିକଟରେ ଆଜି ଏକ ୧୩୩ କେଭି ତାର ଛିଡିପଡ଼ିଛି । ହେଲେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ସେପଟେ ରାସ୍ତାରେ ତାର ଛିଡ଼ି ପଡ଼ିଥିଲେ ବି ବିଦ୍ୟୁତ୍ କର୍ମଚାରୀଙ୍କ ଦେଖାନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏପରି ଘଟଣା ବାରମ୍ବାର ଘଟି ଧନଜୀବନ ହାନୀ ହେଉଥିବା ସତ୍ତ୍ୱେ ତ୍ରୁଟି ସୁଧାରିବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉନାହିଁ ।