୨୪ ଘଣ୍ଟାରେ ରାଜ୍ୟରେ ୧୩୧୫ କୋଭିଡ ପଜିଟିଭ୍ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ୭୬୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୫୩ଟି ଲୋକାଲ୍‌ କେସ୍‌ ରହିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫୨ ଜଣ, ବାଲେଶ୍ୱରରୁ ୪୩, ବରଗଡ଼ରୁ ୨, ଭଦ୍ରକରୁ ୪୯, ବଲାଙ୍ଗିରରୁ ୪, ବୌଦ୍ଧରୁ ୪, କଟକରୁ ୧୯୮, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫୩, ଯାଜପୁରରୁ ୮୯, କଳାହାଣ୍ଡିରୁ ୪, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୪୧୩, କୋରାପୁଟରୁ ୬, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୬୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୬, ପୁରୀରୁ ୬୭, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୨୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୮୪ ଜଣ ରହିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ରେ ପହଞ୍ଚିଛି। ସେଥିରୁ ୧୩ ହଜାର ୮୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୬୨ ହଜାର ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।