୧୩ ବସ୍ତା ଗଞ୍ଜେଇ ଜବତ, ୨ ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍: କେସିଙ୍ଗା ବ୍ଲକ୍‌ ବାମୁଣ୍ଡା ଖ୍ରୀଷ୍ଟିଆନ ପଡ଼ା ଜୁଗଲସେନାପତିଙ୍କ ଘରୁ ୧୩ ବସ୍ତା ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଜୁଗଲ ସେନାପତି ଓ ମିଲିକ୍ଷ ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଜୁଗଲ ସେନାପତି ଓ ସହଯୋଗୀ ଗଞ୍ଜେଇ ଘରେ ରଖି ଦଲାଲ  ସାହାଯ୍ୟରେ ବିଭିନ୍ନ ବଡ଼ବଡ଼ ସହରମାନଙ୍କୁ ପଠାଉଥିଲେ । ଏ ସମ୍ପର୍କରେ ପୁଲିସ ଖବରପାଇ ଜୁଗଲ ସେନାପତିଙ୍କ ଘରେ ଚଢ଼ଉ  କରିଥିଲା । ଏହି ସମୟରେ ଜୁଗଲ ଘରୁ ୧୩ ବସ୍ତା(୨ କ୍ୱିଣ୍ଟାଲ) ଗଞ୍ଜେଇ ଜବତ ହୋଇଛି । ତେବେ ଏହାର ଆନୁମାନିକ ମୁଲ୍ୟ ୨ଲକ୍ଷ ଟଙ୍କା ହେବବୋଲି ପୁଲିସ ସୂଚନା ଦେଇଛି ।