ବାଲେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଯାଇଛି ନୂଆ ମୋଟର ଯାନ ଆଇନ। ନୂଆ ଟ୍ରାଫିକ୍ କଟକଣା ନେଇ ସରକାର ଦେଇଥିବା ୬ ମାସର କଣ୍ଟ ପୂରିଯିବା ପରେ ସାରା ରାଜ୍ୟରେ ଏହାକୁ ପୁଣି ଥରେ ମାର୍ଚ୍ଚ ୧ ତାରିଖରୁ ଜୋରଦାର କରିଦିଆଯାଇଛି। ଫଳରେ ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଚାଳକଙ୍କୁ ଗୋଡାଇ ଗୋଡାଇ ଧରୁଛି ପୁଲିସ୍।
ଏହି ସମୟରେ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ବାଲେଶ୍ୱରର ଏକ ଘରୋଇ ବସକୁ ବଡ଼ ଫାଇନ କଟାଯାଇଛି। ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ କାଟିଛି ପରିବହନ ବିଭାଗ। ପୂର୍ବରୁ ଦୁଇ ଥର ଜୋରିମାନା ସାମନା କରିଥିବା ଏହି ବସକୁ ସିଜ ମଧ୍ୟ କରାଯାଇଛି। କଟକରୁ ୱାରେଣ୍ଟ ଜାରି ହେବା ପରେ ବସକୁ ସିଜ କରାଯାଇଛି । ବଡ଼ କଥା ହେଉଛି ଗୋଟିଏ ଷ୍ଟାର ବସର ଦାମ ୧୫ରୁ ୨୮ ଲକ୍ଷ ହୋଇଥିବା ବେଳେ ଏକ ସାଧାରଣ ବସ ଉପରେ ୧୩ ଲକ୍ଷ ୫୦୦ ଟଙ୍କାର ଫାଇନ ଘଟଣାର ଗୁରୁତ୍ୱକୁ ବଢାଇଦେଇଛି ।